କରୋନା କବଜାରେ ଦିଲ୍ଲୀ ପୁଲିସର ୭୫ରୁ ଊର୍ଦ୍ଧ କର୍ମଚାରୀ

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ ୫ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଡ଼ କଥାଟି ହେଲା ଦିଲ୍ଲୀ ପୁଲିସର ୭୫ରୁ ଅଧିକ କର୍ମଚାରୀ ମଧ୍ୟ ଏଥିରେ ଶିକାର ହୋଇଛନ୍ତି। ଆଉ ଏହି ତାଲିକାରେ କନେଷ୍ଟବଳଠୁ ଆରମ୍ଭ କରି ଇନ୍ସପେକ୍ଟର ପର୍ଯ୍ୟନ୍ତ କର୍ମଚାରୀ ସାମିଲ ଅଛନ୍ତି। ପଜିଟିଭ ପୁଲିସ କର୍ମଚାରୀଙ୍କ ମଧ୍ୟରେ ତବଲିଗି ଜମାତ ମାମଲାର ଯାଞ୍ଚ କରୁଥିବା କ୍ରାଇମବ୍ରାଞ୍ଚ ଟିମର ୫ଜଣ ମଧ୍ୟ ରହିଛନ୍ତି। ଏଭଳି ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପୁଲିସ କର୍ମଚାରୀଙ୍କ ରହିବା ପାଇଁ ସରକାରୀ ସ୍କୁଲରେ ସମସ୍ତ ବ୍ୟବସ୍ଥା କରିଛିି।