ଦେଶରେ ଆଉ ୭୨,୩୩୦ କରୋନା ରୋଗୀ ଚିହ୍ନଟ, ୪୫୯ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ବେଳେ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୭୨ ହଜାର ପାର ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଆଉ ୭୨,୩୩୦ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୪୫୯ ଜଣଙ୍କ ଦେହାନ୍ତ ହୋଇଛି। ଅନ୍ୟପଟେ କରୋନାରୁ ୪୦,୩୮୨ ଜଣ ସୁସ୍ଥ ହୋଇଛନ୍ତି।

ଏହି ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୨ ଲକ୍ଷ ୨୧ ହଜାର ୬୬୫ରେ ପହଞ୍ଚିଛି। ସେଥିରୁ ୧ କୋଟି ୧୪ ଲକ୍ଷ ୭୪ ହଜାର ୬୮୩ ଜଣ ସୁସ୍ଥ ହୋଇଛନ୍ତି ଓ ୧ ଲକ୍ଷ ୬୨ ହଜାର ୯୭୨ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ୫ ଲକ୍ଷ ୮୪ ହଜାର ୦୫୫ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଜିକୁ ୬୭ ଦିନ ହେବ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିବା ବେଳେ ୬ କୋଟି ୫୧ ଲକ୍ଷ ୧୭ ହଜାର ୮୯୬ ଜଣ ଟିକା ନେଇସାରିଛନ୍ତି।