ଦିନକରେ ୫୩,୨୫୬ ନୂଆ ସଂକ୍ରମିତ ଚିହ୍ନଟ, ୧୪୨୨ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ନିୟନ୍ତ୍ରଣକୁ ଆସୁଛି କୋଭିଡ-୧୯ ସଂକ୍ରମଣ। ଦେଶରେ ଗତ ୨୪ ଘଣ୍ଟାରେ ୫୩,୨୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୨୨ ଜଣଙ୍କ ମହାମାରୀରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ୭୮,୧୯୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧କୁ ବୃଦ୍ଧି ପାଇଛି। ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୮ ହଜାର ୧୩୫ରେ ପହଞ୍ଚିଛି। ୨ କୋଟି ୮୮ ଲକ୍ଷ ୪୪ ହଜାର ୧୯୯ ଜଣ ସୁସ୍ଥ ହୋଇଥିବା ବେଳେ ୭ ଲକ୍ଷ ୨ ହଜାର ୮୮୭ଟି ରହିଛି ସକ୍ରିୟ ମାମଲା। ତେବେ, ଏପର୍ଯ୍ୟନ୍ତ ୨୮ କୋଟି ୩୬ ହଜାର ୮୯୮ ଟିକାକରଣ କରାଯାଇଛି।