Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଜିଠୁ ୟୁଟ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଜିଠୁ ୟୁଟ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ୟୁବ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ। ଏନେଇ ଓସେପା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ଅର୍ଥାତ ଜୁନ ୨୧ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଏବଂ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢ଼ା ଆଜିଠୁ ଜୁଲାଇ ୩୧ ତାରିଖ ଯାଏଁ ଚାଲିବ। ଜିଲ୍ଲାସ୍ତରରେ ଗୋଟିଏ ଲେଖାଏଁ ସ୍କୁଲ ଚୟନ କରାଯାଇ ସମ୍ପୃକ୍ତ ସ୍କୁଲରେ ୟୁଟ୍ୟୁବରେ ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ପାଠପଢା ପାଇଁ ୮ଟି ଜିଲ୍ଲାକୁ ପ୍ରାଥମିକତା ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, ବଲାଙ୍ଗିର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼। ସପ୍ତାହକୁ ୫ ଦିନ ଅର୍ଥାତ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ କ୍ଲାସ କରାଯିବ। ଏ ନେଇ ଓସେପା ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। ଏ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ ଜିଲ୍ଲା ଶିକ୍ଷା ଅଧିକାରୀ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ବ୍ୟବସ୍ଥାର ପାଠପଢ଼ା ବ୍ୟାଘାତ ହୋଇଛି। କରୋନା ପାଇଁ ଏପର୍ଯ୍ୟନ୍ତ ବି କ୍ଳାସ ହୋଇପାରିନାହିଁ।

କେଉଁ ଦିନ କେଉଁ ପାଠପଢ଼ା ହେବ ସେ ନେଇ ରୁଟିନ ପ୍ରକାଶ ପାଇଛି। ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ଣ ୧ଟା ଯାଏଁ ଦିନକୁ ୪ଟି ପିରିୟଡ଼ କ୍ଲାସ ହେବ। ସେହିପରି ଜୁଲାଇ ୭ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବ। ୟୁଟବରେ ଯେଉଁ ବିଷୟ ପଢ଼ା ଯିବ ତାହା ବିଦ୍ୟାଳୟର ଶିକ୍ଷକ ମଧ୍ୟ ଦେଖିବେ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ଚାଟ କିମ୍ବା ଫୋନ ମାଧ୍ୟମରେ ଦୂର କରିବେ।

ଆଜି ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରାଥମିକ ଓ ୧୦ଟା ୩୦ରୁ ୧ଟା ଯାଏଁ ହାଇସ୍କୁଲ ପାଠପଢ଼ା ହେବ। ସେହିପରି ଯୁକ୍ତ ଦୁଇର ଶେଷ ବର୍ଷର ପିଲାଙ୍କ ପାଇଁ ଦୂରଦର୍ଶନ ମାଧ୍ୟମରେ ପଠାପଢ଼ା ଯାଉଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଟିଭି ମାଧ୍ୟମରେ ପାଠପଢ଼ା ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଛି ଓଷ୍ଟା।