ଘରୋଇ କଲେଜରୁ ଆଉ ୧୩ କରୋନା ପଜିଟିଭ ଚିହ୍ନଟ

କଟକ,ଏନ୍ଏନ୍ଏସ୍: ଗତ ବୁଧବାର କଟକର ଏକ ଘରୋଇ କଲେଜର ୧୨ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ କଲେଜରୁ ପୁଣି ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଉକ୍ତ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ ଘୋଷଣା କରିଛି କଟକ ମହାନଗର ନିଗମ (ସିଏମସି)। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ପୁଣି ଥରେ କରୋନା ଆତଙ୍କ ଦେଖାଦେଇଛି।

ସୂଚନାଯୋଗ୍ୟ, ବୁଧବାର ଉକ୍ତ ଘରୋଇ କଲେଜର ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଗୁରୁବାର ୭୧ ଜଣଙ୍କର ଟେଷ୍ଟିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମସ୍ତ ପଜିଟିଭ ଆକ୍ରାନ୍ତ ଗୋଟିଏ ହଷ୍ଟେଲର ବୋଲି ଜଣାଯାଇଛି। ଏନେଇ କଲେଜ ଅଧ୍ୟାପକଙ୍କ ଟେଷ୍ଟ ସହିତ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି।