କୋର୍ଟ ସାମ୍ନାରୁ ଟଙ୍କା ଝାମ୍ପି ନେଲେ ୪୦,୦୦୦

ବାରିପଦା, ଏନ୍ଏନ୍ଏସ୍: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ବଡ଼ମୋଉଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଦାସ(୬୬) ଆଜି ଲୁଟ୍ ର ଶିକାର ହୋଇଛନ୍ତି। ଶିକ୍ଷକ ଶ୍ରୀ ଦାସ ଆଜି ରାଇରଙ୍ଗପୁର ଷ୍ଟେଟ୍ ବ୍ୟାଙ୍କରୁ ୪୦,୦୦୦ ଟଙ୍କା ଉଠାଇ ଘରକୁ ଯିବାପାଇଁ ଚାଲିଚାଲି ବସ୍ଷ୍ଟାଣ୍ଡ ଯାଉଥିବା ବେଳେ ରାଇରଙ୍ଗପୁର କୋର୍ଟ ସମ୍ମୁଖରେ ଦୁଇ ଲୁଟେରା ଏକ ବାଇକରେ ଆସି ପ୍ରଫୁଲ୍ଲଙ୍କ ହାତରୁ ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ଏହି ସମୟରେ ପ୍ରଫୁଲ୍ଲ ଲୁଟେରାଙ୍କୁ ଧରିବା ପାଇଁ ଚିତ୍କାର କରିଥିଲେ ମଧ୍ୟ କେହି ସହାୟତା କରିବାକୁ ଆଗେଇ ଆସି ନ ଥିଲେ। ପରେ ସେ ଆସି ରାଇରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଛାନଭିନ୍ ଆରମ୍ଭ କରିଛି।