ମହିଳା କନଷ୍ଟେବଳଙ୍କୁ ଅସଦାଚରଣ

ରାଉରକେଲା, ଏନ୍ଏନ୍ଏସ୍ : ଦୁଇଦିନ ତଳେ ରାଉରକେଲା ମହିଳା ଥାନାରେ ଜଣେ ମହିଳା କନଷ୍ଟେବଳଙ୍କୁ ଅବକାରୀ ବିଭାଗର ସବଇନ୍ସପେକ୍ଟର ସୂର୍ଯ୍ୟ ନାରାୟଣ ରଥ ଅସଦଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ସବଇନ୍ସପେକ୍ଟର ଶ୍ରୀ ରଥ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ସହରରେ ତନାଘନା କରିବା ସହ ଅବକାରୀ କର୍ମଚାରୀଙ୍କୁ ପଚରାଉଚରା ଚଳାଇଛି। ଅଭିଯୋଗ ଅନୁସାରେ ଗତ ୫ ମାସଧରି ସବଇନ୍ସପେକ୍ଟର ଶ୍ରୀ ରଥ ସମ୍ପୃକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଆସୁଥିଲେ।