ସିଆଇଏସଏଫ ହାତରେ ସଂସଦ ସୁରକ୍ଷା

ନୂଆଦିଲ୍ଲୀ: ସଂସଦ ଭବନ ସୁରକ୍ଷା ଦାୟିତ୍ୱ ଏବେ ସିଆଇଏସଏଫ ବହନ କରିବ । ଡିସେମ୍ବର ୧୩ ତାରିଖରେ ସଂସଦର ସୁରକ୍ଷାରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ସୁରକ୍ଷା ଦାୟିତ୍ୱ ଦିଲ୍ଲୀ ପୁଲିସ ହାତରୁ ନେଇ ସିଆଇଏସଏଫକୁ ଦିଆଯାଇଛି । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ନୂଆ ସଂସଦ ଭବନର ସର୍ଭେ କରିବା ପାଇଁ ସିଆଇଏସଏଫକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି ।