ମହମ୍ମଦ ଆଝାରୁଦ୍ଦିନ୍ ଦ୍ୱିତୀୟ ଦ୍ରୁତତମ ଶତକଧାରୀ

ମୁମ୍ବାଇ,ଏଜେନ୍ସି: ଚଳିତ ସୟଦ୍ ମୁସ୍ତାକ୍ ଅଲ୍ଲୀ ଟ୍ରଫିରେ କେରଳ ଓପ୍ନର୍ ମହମ୍ମଦ ଆଝାରୁଦ୍ଦିନ୍ ମୁମ୍ବାଇ ବିପକ୍ଷରେ ୩୭ ବଲରୁ ଶତକ ହାସଲ କରି ଟୁର୍ଣ୍ଣାମେଣ୍ଟ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଶତକ ହାସଲକାରୀ ହୋଇଛନ୍ତି। ଗ୍ରୁପ୍-ଇ’ର ଏହି ମ୍ୟାଚ୍ରେ ଆଝରୁଦ୍ଦିନ୍ ୩୭ ବଲ୍ରୁ ଶତକ ହାସଲ କରିଥିଲେ। ପୂର୍ବରୁ ଟୁର୍ଣ୍ଣାମେଣ୍ଟର ଦ୍ରୁତତମ ଶତକ ରେକର୍ଡ ୱିକେଟକିପର୍ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ନାମରେ ରହିଛି। ସେ ୨୦୧୮ରେ ଦିଲ୍ଲୀ ପକ୍ଷରୁ ଖେଳି ହିମାଚଳ ପ୍ରଦେଶ ବିପକ୍ଷରେ ୩୨ ବଲରୁ ୧୦୦ ରନ୍ କରିଥିଲେ। ସେହିପରି ଟି-୨୦ କ୍ରିକେଟ୍ରେ ଦ୍ରୁତତମ ଶତକ ହାସଲ କରିବାରେ ୨୬ ବର୍ଷୀୟ ଆଝାରୁଦ୍ଦିନ୍ ଯୁଗ୍ମ ଭାବେ ୩ୟ ଭାରତୀୟ ହୋଇଛନ୍ତି। ପନ୍ତ୍ଙ୍କ ବ୍ୟତୀତ ଭାରତୀୟ ଓପ୍ନର୍ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷରେ ୩୫ ବଲ୍ରେ ଶତକ ହାସଲ କରିଥିବା ବେଳେ ୨୦୧୦ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ୟୁସୁଫ୍ ପଠାନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୩୭ ବଲରୁ ୧୦୦ ରନ୍ କରିଥିଲେ।