ନୂଆଦିଲ୍ଲୀ: ମୁଖ୍ୟ ସଚିବଙ୍କ ୩ ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଧର୍ମଶାଳା ପହଞ୍ଚିଛନ୍ତି । ଏହି ସମୟରେ ମୋଦୀ ଖୋଲା ଜିପରି ବସି ରୋଡ ଶୋ’ କରିଛନ୍ତି । ହିମାଚଳ ପ୍ରଦେଶର ସ୍କୁଲ ଶିକ୍ଷା ବୋର୍ଡରୁ ଆରମ୍ଭ ହୋଇଥିବା ରୋଡ ଶୋ’ କେସୀସୀବୀ ଚୌକରେ ସମାପ୍ତ ହୋଇଛି । ଏହି ସମୟରେ ବଡ଼ ସଂଖ୍ୟାରେ ଉପସ୍ଥିତ ଥିବା ଲୋକ ମୋଦୀଙ୍କ ଉପରେ ପୁଷ୍ପ ବର୍ଷା କରି ସ୍ୱାଗତ କରିଥିଲେ । ମୋଦୀ ମଧ୍ୟ ନିଜ ଗାଡ଼ିରୁ ହାତ ଦେଖାଇ ଲୋକଙ୍କୁ ଅଭିବାଦନ କରିଥିଲେ । ଏହି ରୋଡ ଶୋ’ରେ ପ୍ରାୟ ୨୫ ହଜାର ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଏହାପୂର୍ବରୁ ମୋଦୀଙ୍କ ହେଲକପ୍ଟର ସିନ୍ଥୋଟିକ ଟ୍ରେକ ମଇଦାନରେ ଧର୍ମଶାଳାରେ ଲ୍ୟାଣ୍ଡ ହୋଇଥିଲା । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ହିମାଚଳୀ ଟୋପି ଓ ମଫଲର ଭେଟି ପୀଏମଙ୍କ ସ୍ୱାଗତ କରିଥିଲେ । ଏହି ସମୟରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର ମଧ୍ୟ ଉପସ୍ଥିତ ଥିଲେ ।