ମୋଦୀଙ୍କ ମିଶନ ଗୁଜରାଟ: ୨ ଦିନରେ ୩ଟି ରୋଡ ଶୋ’

ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ ଗସ୍ତର ଆଜି ହେଉଛି ଶେଷ ଦିନ । ମୋଦୀ ଗତ ୨ ଦିନରେ ୩ଟି ରୋଡ ଶୋ’ କରିଛନ୍ତି । ମୋଦୀ ପ୍ରଥମ ରୋଡ ଶୋ’ ଅହମ୍ମଦାବାଦରେ କରିଥିଲେ । ଏହି ସମୟରେ ଉତ୍ସାହିତ ଜନସମୂହକୁ ମଧ୍ୟ ଭେଟିଥିଲେ । ଆଜି ଦ୍ୱିତୀୟ ରୋଡ ଶୋ’ ଗାନ୍ଧୀନଗର ଓ ତୃତୀୟ ପୁଣିଥରେ ଅହମ୍ମଦାବାଦରେ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ରୋଡ ଶୋ’ ଅହମ୍ମଦାବାଦ ରାଜଭବନରୁ ସରଦାର ପଟେଲ ଷ୍ଟାଡିୟମ ପର୍ଯ୍ୟନ୍ତ ହୋଇଥିଲା । ଏଠାରେ ମୋଦୀ ଖେଳ ମହାକୁମ୍ଭ ଉଦଘାଟନ କରିଥିଲେ । ଏହି ସମୟରେ ମୋଦୀଙ୍କ ଗୋଟିଏ ଝଲକ ପାଇବା ପାଇଁ ସଡ଼କର ଉଭୟ ପାର୍‌ଶ୍ୱରେ ଲୋକଙ୍କ ଭିଡ଼ ଜମିଥିଲା । ଲୋକେ ଗୋଲାପ ପାଖୁଡ଼ା ପକାଇ ମୋଦୀଙ୍କ ସ୍ୱାଗତ କରିଥିଲେ । ପୀଏମ ମୋଦୀ ମଧ୍ୟ ଲୋକଙ୍କ ଅଭିବାଦନ ସ୍ୱୀକାର କରିଥିଲେ ।