ନୂଆଦିଲ୍ଲୀ,ଏଜେନ୍ସି: ଆଜି ୭୦ ତମ ରେଡ଼ିଓ କାର୍ଯ୍ୟକ୍ରମ ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ସହିତ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପୂର୍ବରୁ ଦଶହରାରେ ବଡ଼ ବଡ଼ ମେଳା ହେଉଥିଲା, କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ଆମକୁ ସଂଯମତା ରଖିବାକୁ ପଡ଼ିବ। ଦୁର୍ଗା ପେଣ୍ଡାଲରେ ମା’ଙ୍କ ଦର୍ଶନ ପାଇଁ ପୂର୍ବରୁ ଭିଡ଼ ଲାଗେ, କିନ୍ତୁ ଚଳିତ ବର୍ଷ ସେଭଳି କିଛି ହୋଇପାରିବ ନାହିଁ। ତେବେ ଚଳିତ ବର୍ଷ ଭୋକାଲ ଫର ଲୋକାଲ ସଂକଳ୍ପକୁ ମନେ ରଖି କିଣାକିଣି କରିବା ପାଇଁ କହିଛନ୍ତି।
ମୋଦୀ କହିଛନ୍ତି ଯେ, ଏହି ଉତ୍ସବର ପର୍ବ ମଧ୍ୟରେ ଲକଡାଉନ ସମୟକୁ ମନେ ରଖିବା ଉଚିତ୍। ଲକଡାଉନରେ, ଆମେ ସମାଜର ସେହି ଘନିଷ୍ଠ ସହଯୋଗୀମାନଙ୍କୁ ଜାଣିଛୁ ଯାହା ବିନା ଆମ ଜୀବନ ବହୁତ କଷ୍ଟସାଧ୍ୟ ହୋଇଥାନ୍ତା। କଠିନ ସମୟରେ ତୁମ ସହିତ ଥିଲେ, ବର୍ତ୍ତମାନ ଆମର ପର୍ବପର୍ବାଣୀରେ, ଆମ ଖୁସିରେ ମଧ୍ୟ ସେମାନଙ୍କୁ ଆମ ସହିତ ରଖିବାକୁ ପଡିବ। ଆମକୁ ଆମର ସୈନିକମାନଙ୍କୁ ମଧ୍ୟ ମନେ ରଖିବାକୁ ପଡିବ, ଯେଉଁମାନେ ଏହି ପର୍ବରେ ମଧ୍ୟ ସୀମାରେ ଠିଆ ହୋଇ ସୁରକ୍ଷା ଦେଉଛନ୍ତି। ସେମାନଙ୍କୁ ସ୍ମରଣ କରି ଆମର ପର୍ବ ପାଳନ କରିବାକୁ ପଡିବ।
ମୋଦି କହିଛନ୍ତି ଯେ, ଆମ ଜିନିଷ ଲୋକାଲ ଫର ଭୋକାଲ ହେବାପରେ ସାରା ଦୁନିଆରେ ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି। ଖଦିର ଚାହିଦା ବଢିଛି। ଦୁନିଆରେ ଏଭଳି ବହୁ ସ୍ଥାନ ରହିଛି, ଯେଉଁଠାରେ ଖଦି ତିଆରି କରାଯାଉଛି। ମେକ୍ସିକୋରେ ଏକ ସ୍ଥାନ ରହିଛି ଓହାକା। ଏଠାରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ସ୍ଥାନୀୟ ଗ୍ରାମୀଣ, ଖଦି ବୁଣିବା କାମ କରୁଛନ୍ତି। ଏଠାକାର ଖଦିର ନାମ ଓହାକା ଖଦି ନାମରେ ପ୍ରସିଦ୍ଧ।
ମାର୍ସଲ ଆର୍ଟକୁ ନେଇ ମୋଦି କହିଛନ୍ତି ଯେ, ଆମ ଦେଶରେ ବହୁ ମାର୍ସଲ ଆର୍ଟ ରହିଛି। ଆମ ଯୁବ ସାଥୀମାନେ ଏହା ବିଷୟରେ ଜାଣିବା ଉଚିତ୍। ଯେତେବେଳେ ଆମେ ଆମ ଜିନିଷ ପ୍ରତି ଗର୍ବ ଦେଖାଉ ସେହି ସମୟରେ ଦୁନିଆ ଏହି ଜିନିଷ ଉପରେ ଜିଜ୍ଞାସା ଦେଖାଏ। ଯେପରି ଆମ ଆଧ୍ୟାତ୍ମ, ଯୋଗ, ଆୟୁର୍ବେଦ ପ୍ରସତି ସାରା ଦୁନିଆ ଆକର୍ଷିତ।