ରାଜ୍ୟରେ ଆଜି ୧୬୩୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି ୧୬୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ଆଜି କରୋନାରେ ୧୫ ଜଣ ପ୍ରାଣ ହରାଇଛନ୍ତି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୬୭୮ଟି ହେଉଛି ଲୋକାଲ୍ କେସ୍‌। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ୧୫୮ ଜଣ ଥିବା ବେଳେ କଟକର ୧୩୨, ଅନୁଗୋଳର ୧୦୦, ସୁନ୍ଦରଗଡ଼ର ୧୦୬ ଓ କେନ୍ଦ୍ରାପଡ଼ାର ୧୦୫ ଜଣ ଅଛନ୍ତି।

ସେହିପରି ରାଜ୍ୟରେ ଦିନକରେ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ, ଖୋର୍ଦ୍ଧା ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ବରଗଡ଼, ଗଜପତି, ଗଞ୍ଜାମ ଜିଲାରୁ ଜଣେ ଲେଖାଏଁ, କେନ୍ଦୁଝର, ମାଲକାନଗିରି ଓ ପୁରୀରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି।

ଏଥି ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧,୨୧୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୬୨,୦୩୧ ସୁସ୍ଥ ହୋଇଛନ୍ତି। ୧୭,୮୭୦ ଜଣ ଚିକିତ୍ସାଧୀନ ଥିବାବେଳେ ମୃତ୍ୟୁ ସଂଖ୍ୟା ୧୨୪୫ରେ ପହଞ୍ଚିଛି।