କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୯୦୦କୁ ଛୁଇଁଲା

ବେଇଜିଂ,ଏଜେନ୍ସି: ଚୀନରେ ଭୟଙ୍କର ହେଉଛି କୋରୋନା ଭାଇରସ୍‌। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୯୦୮ ଛୁଇଁଛି। କୋରୋନା ଭାଇରସ୍‌ରେ ୪୦ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘କୋରୋନା’କୁ ବିଶ୍ୱ ସଂକଟ ଘୋଷଣା କରାଯାଇଥିବା ବେଳେ ଏହାର ମୁକାବିଲା ପାଇଁ ଏବେ ଚୀନରେ ନିୟମ କଡ଼ାକଡ଼ି କରାଯାଇଛି। ସେପଟେ ଜାନୁୟାରୀ ୧୫ ପରେ ଚୀନ୍‌ ଯାଇଥିବା ବ୍ୟକ୍ତିଙ୍କୁ ଭାରତ ଫେରିବାକୁ ମନା କରାଯାଇଛି। ଜଳ, ସ୍ଥଳ, ଆକାଶ ପଥରେ ଭାରତ ପ୍ରବେଶ ମନା ହୋଇଛି। ନେପାଳ, ଭୁଟାନ, ବାଂଲାଦେଶ, ମିଆଁମାରରୁ ଆସିବାକୁ କଟକଣା ଲଗାଯାଇଛି। ଚୀନର ମାରାତ୍ମକ ଭୂତାଣୁ କୋରୋନା ପାଇଁ ସତର୍କତା ଗ୍ରହଣ କରାଯାଇଛି।