ବିଜେପିର ଆଞ୍ଚଳିକ କର୍ମକର୍ତ୍ତାଙ୍କ ପାଦ ଛୁଇଁଲେ ମୋଦୀ

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗର କାନ୍ଥିରେ ପ୍ରଧାନମନ୍ତ୍ରୀ ମୋଦୀ ରାଲି କରିବା ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ମୋଦୀ ମଞ୍ଚରେ ବସିଥିଲାବେଳେ କାନ୍ଥିର ବିଜେପି ଅଧ୍ୟକ୍ଷ ଅନୁପ ଚକ୍ରବର୍ତ୍ତୀ ତାଙ୍କ ପାଦ ଛୁଇଁବାକୁ ଉଦ୍ୟତ ହେଲାବେଳେ ସେ ତାଙ୍କୁ ସେଥିରୁ ବାଧା ଦେଇ ନିଜେ ତାଙ୍କର ପାଦ ଛୁଇଁଥିଲେ। ପ୍ରଧାନମନ୍ତ୍ରୀ ଅନୁପଙ୍କ ପାଦ ଛୁଇଁବା ସମୟର ଭିଡିଓକୁ ଟ୍ୱିଟର୍ରେ କେହି କେହି ସେୟାର କରିଛନ୍ତି ଯାହାକି ଭାଇରାଲ ହୋଇଛି।