୩ବର୍ଷରେ ୯୭୨ ସୁନା ଦୋକାନ ଉପରେ ଚଢ଼ାଉ

ଭୁବନେଶ୍ୱର, ଏନ୍ଏନ୍ଏସ୍: ତିନିବର୍ଷରେ ରାଜ୍ୟରେ ୯୭୨ଟି ଓଜନ ଠକୁଥିବା ସୁନା ଦୋକାନ ଉପରେ ଚଢ଼ଉ ହୋଇଛି। ଏମାନଙ୍କ ଠାରୁ ୧୬ ଲକ୍ଷ ୪୫ ହଜାର ୫୦୦ଟଙ୍କାର ଜୋରିମାନା ଆଦାୟ ହୋଇଛି। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଆମ ବିଭାଗ ପକ୍ଷରୁ ଓଜନ ମାପରେ ଠକୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟରେ ମୋଟ୍ ୪,୮୫୩ଟି ସୁନା ଦୋକାନ ମଧ୍ୟରୁ ୨୦୧୮-୧୯ରେ ୩୭୬ଟି, ୧୯-୨୦ରେ ୪୦୦ଟି ଦୋକାନ ଉପରେ ଚଢ଼ଉ ହୋଇଥିଲା। ଏହି ଚୋରା ବ୍ୟବସାୟୀଙ୍କ ଠାରୁ ୧୨ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେହିପରି ୨୦୨୦-୨୧ରେ ୧୯୬ଟି ସୁନା ଦୋକାନ ଉପରେ ଚଢ଼ଉ କରାଯାଇଥିଲା। ଏମାନଙ୍କଠାରୁ ୪ ଲକ୍ଷ ୪୫ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ ହୋଇଛି। ଏହି ଚୋରା ବ୍ୟବସାୟୀଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ।