ମୋଦୀଙ୍କ ସହ ଫୋନ ଯୋଗେ କଥା ହେଲେ ପୁତିନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ୱେଗନର ବିଦ୍ରୋହ ଏବଂ ଋଷ-ୟୁକ୍ରେନ ଯୁଦ୍ଧ ଉପରେ ଚର୍ଚ୍ଚା ହୋଇଥିଲା । ଏହାବ୍ୟବତୀତ ଦ୍ୱିପାକ୍ଷିକ ସହଯୋଗ ପାଇଁ ସମସାମୟିକ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ । ଉଭୟ ନେତା ଭାରତ ଓ ଋଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ସଂଯୁକ୍ତ ପରିଯୋଜନାର ନିରନ୍ତର କାର୍ଯ୍ୟାବଳୀ ଉପରେ ଧ୍ୟାନ ଦେଇଥିଲେ ।