ପଦକ ଜିତିବା ପରେ ମୀରାବାଈଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ଟୋକିଓରେ ଖେଳାଯାଉଥିବା ଅଲମ୍ପିକ ଗେମ୍ସରେ ଭାରତ ଧୁଆଁଧାର ଆରମ୍ଭ କରିଛି। ୪୯ କିଲୋଗ୍ରାମ ମହିଳା ବର୍ଗରେ ଭାରତ ପାଇଁ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ମୀରାବାଈ ଚାନୁ ହେଉଛନ୍ତି ପ୍ରଥମ ମହିଳା ଖେଳାଳି ଯିଏକି ଅଲମ୍ପିକ ଗେମ୍ସରେ ଭାରତ ପାଇଁ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଛନ୍ତି ।

ମୀରାବାଈ ଇତିହାସ ରଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଫୋନ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଭବିଷ୍ୟତରେ ଏଭଳି ଆଗକୁ ବଢ଼ିବା ପାଇଁ ପ୍ରେରିତ କରିଥିବା ସୂଚନା ମିଳିଛି। ଏହାପୂର୍ବରୁ ମୋଦୀ ଟ୍ୱିଟ୍ କରି ଚାନୁଙ୍କୁ ଶୁଭକାମନା ଜଣାଇଥିଲେ।