ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ସାଉଦି ଆରବ ଗସ୍ତ ଶେଷ କରି ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ପହଞ୍ଚିଛନ୍ତି। ସାଉଦି ରାଜା ସଲ୍ମନ୍ ବିନ୍ ଅବ୍ଦୁଲାଜିଜ୍ ଅଲ୍ ସାଉଦ୍ଙ୍କ ଆମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ସାଉଦଆରବ ଯାଇଥିଲେ। ଏହି ଗସ୍ତରେ ସେ ବିଶ୍ୱରେ ତୃତୀୟ ବୃହତ୍ ଭାବେ ମାନ୍ୟତା ପାଇଥିବା ଭାରତର ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ୍ରୁ ଉପକୃତ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନିବେଶକାରୀଙ୍କୁ ଆହ୍ଵାନ ଦେଇଥିଲେ।
ତେବେ ଏହି କ୍ଷେତ୍ରରେ କେବେ କି କ୍ଷତି ହେବନି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ଭାରତରେ ଟାୟର-୨ ଏବଂ ଟାୟର-୩ ସହରଗୁଡ଼ିକ ଅଭିବୃଦ୍ଧିର ଇଞ୍ଜିନ୍ ପାଲଟିଛି ଏବଂ ଭାରତରେ ବିନିଯୋଗ କରୁଥିବା ବିଶ୍ୱସ୍ତରୀୟ କମ୍ପାନୀମାନଙ୍କୁ କର୍ମଚାରୀ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
‘ଫ୍ୟୁଚର୍ ଇନ୍ଭେଷ୍ଟମେଣ୍ଟ୍ ଇନ୍ସିଏଟିଭ୍’ ଗୋଟାଏ ବିଚକ୍ଷଣ ଉପକ୍ରମ ବୋଲି କହି କହିଥିଲେ। ଏଥିସହ ୨୦୨୪ ସୁଦ୍ଧା ଭାରତ ରିଫାଇନିଙ୍ଗ୍, ପାଇପ୍ଲାଇନ୍ ଏବଂ ଗ୍ୟାସ୍ ଟର୍ମିନାଲ୍ ଆଦିରେ ୧୦୦ ଆମେରିକୀୟ ଡଲାର୍ ବିନିଯୋଗ କରିବା ନିମନ୍ତେ ଲକ୍ଷ୍ୟ ରଖିଛି।