ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଫ୍ରାନ୍ସ ଗସ୍ତ ସାରି ସଂଯୁକ୍ତ ଅରବ ଅମୀରାତ(ୟୁଏଇ) ପହଞ୍ଚିଛନ୍ତି । ଏୟାରପୋର୍ଟରେ ମୋଦୀଙ୍କୁ ଆବୁ ଧାବୀର କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଭବ୍ୟ ସ୍ୱାଗତ କରିଛନ୍ତି । ଏହି ସ୍ୱାଗତର ଆଭର ବ୍ୟକ୍ତ କରି ମୋଦୀ ଟ୍ୱିଟ୍ କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ସଂଯୁକ୍ତ ଅରବ ଅମୀରାତର ରାଷ୍ଟ୍ରପତି ଏବଂ ଆବୁ ଧାବୀର ଶାସକ ଶେଖ ମହମ୍ମଦ ବିନ ଜାୟଦ ଅଲ୍ଲୀ ନାହୟନଙ୍କ ସହ ବ୍ୟାପକ ଆଲୋଚନା କରିବେ । ମୋଦୀଙ୍କ ଆନୁଷ୍ଠାନିକ ୟୁଏଇ ଯାତ୍ରା ପୂର୍ବରୁ ଦୁବାଇର ବୁର୍ଜ ଖଲିଫାରେ ଭାରତର ଜାତୀୟ ପତାକାର ରଙ୍ଗ ପ୍ରଦର୍ଶିତ ହୋଇଥିଲା ।