ପ୍ରକାଶ ସିଂହ ବାଦଲଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେଲେ ମୋଦୀ

ଚଣ୍ଡୀଗଡ଼: ଅକାଳୀ ଦଳର ମୁଖ୍ୟ ପ୍ରକାଶ ସିଂହ ବାଦଲଙ୍କ ପରଲୋକ ଘଟିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡୀଗଡ଼ ପହଞ୍ଚି ବାଦଲଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ସିଂହ ଖଟ୍ଟର ଏବଂ ଅନ୍ୟ ବଡ଼ ନେତା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ପଞ୍ଜାବର ୫ଥର ମୁଖ୍ୟମନ୍ତ୍ରୀ ରହିଥିବା ପ୍ରକାଶ ସିଂହ ବାଦଲ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା ।