ଭାବନଗରରେ ୬ ହଜାର କୋଟି ଟଙ୍କାର ପ୍ରୋଜେକ୍ଟକୁ ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭାବନଗର ସହରରେ ୬ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପରିଯୋଜନାର ଉଦଘାଟନ କରିଛନ୍ତି । ଏହି ଅବସରରେ ଏକ ରାଲିକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ସୌରାଷ୍ଟ୍ର ନର୍ମଦା ଅବତରଣ ଇରିଗେସନ ଯୋଜନା(ସୋନୀ)କୁ ଲାଗୁ କରି ଆଲୋଚକଙ୍କୁ ଭୁଲ ସାବ୍ୟସ୍ତ କରିଥିଲୁ । ଆମେ ଏହି କାମ ବିନା କୌଣସ ହୋ-ହଲ୍ଲା ଓ ପ୍ରଚାର-ପ୍ରସାରରେ କରିଛୁ । ଆମ ପାଇଁ ଶାସନର ଅର୍ଥ ହେଉଛି ଲୋକଙ୍କ ସେବା କରିବା । ଆମେ ଯେଉଁ ପ୍ରତିଶ୍ରୁତି ଦେଇଥାଉ ତାକୁ ପୂରଣ ମଧ୍ୟ କରୁ । ଆମେ ବିଜେପି ଲୋକ ସମାଜ ପାଇଁ ବଞ୍ଚିଥାଉ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସୋନୀ ପରିଯୋଜନାର ଶୁଭାରମ୍ଭ କରିଥିଲେ। ରାଜ୍ୟର ୧୧ ଜିଲ୍ଲାର ୧୧୫ ଛୋଟ ବଡ଼ ବନ୍ଧର ଜଳାଶୟକୁ ସରଦାର ସରୋବର ବନ୍ଧର ଅତିରିକ୍ତ ଜଳରେ ପୂର୍ଣ୍ଣ କରାଯାଇଥିଲା ।