ତାଲିବାନ ଆତଙ୍କୀ ସଂଗଠନ କି ନୁହେଁ ମୋଦୀ ସରକାର ସ୍ପଷ୍ଟ କରନ୍ତୁ: ଉମର ଅବଦୁଲ୍ଲା

ନୂଆଦିଲ୍ଲୀ: ଆଫଗାନସ୍ତାନରୁ ଆମେରିକା ସୈନ୍ୟ ଫେରାଇ ନେବା ପରେ ତାଲିବାନ ସମ୍ପୂର୍ଣ୍ଣ ରୂପେ ଦଖଲ କରିବାରେ ସଫଳ ହୋଇଛି। ଆଫଗାନିସ୍ତାନ ଦଖଲ କରିବା ପରେ ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଥିବା କଥା ତାଲିବାନ ସ୍ପଷ୍ଟ କରିଦେଇଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଦୋହାରେ ତାଲିବାନ ସହ ଭାରତର ହୋଇଥିବା ଆଲୋଚନାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଉମର କହିଛନ୍ତି ଯେ, ‘ତାଲିବାନକୁ ଆତଙ୍କୀ ସଂଗଠନ ରୂପେ ମୋଦୀ ସରକାର ମାନୁଛନ୍ତି କି ନାହିଁ ପ୍ରଥମେ ତାହା ଆମକୁ ସ୍ପଷ୍ଟ କରନ୍ତୁ । ଯଦି ତାଲିବାନ ଆତଙ୍କୀ ସଂଗଠନ ତେବେ ଆପଣ କ’ଣ ପାଇଁ ତା’ ସହ କଥା ହେଉଛନ୍ତି? ଆଉ ଯଦି ତାଲିବାନ ଆତଙ୍କୀ ସଂଗଠନ ନୁହେଁ ତେବେ କ’ଣ ଆପଣ ସଂଯୁକ୍ତ ରାଷ୍ଟ୍ରରେ ତା’ ବିରୋଧରେ ଯିବେ? ଆପଣ ତାହା ଦୃଢ଼ ଭାବେ ସ୍ଥିର କରନ୍ତୁ।