ରାଜ୍ୟରେ ଆଉ ୬୬୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୬୬୬ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯ଲକ୍ଷ ୯୩ହଜାର ୯୦୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୬୭, ଷ୍ଟେଟପୋଲରୁ ୬୩, କଟକରୁ ୬୦, ବାଲେଶ୍ୱରରୁ ୪୬, ଯାଜପୁରରୁ ୩୨, ପୁରୀରୁ ୨୫, ଜଗତସିଂହପୁରରୁ ୨୨,ସମ୍ବଲପୁରରୁ ୨୧, ଅନୁଗୁଳରୁ ୨୦, ବରଗଡ଼ରୁ ୧୮ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ଜଣ ରହିଛନ୍ତି। ସେହିପରି କେଉଁଝରରୁ ୧୨, ସୁନ୍ଦରଗଡ଼ରୁ ୧୦, ଦେଓଗଡ଼, ଢେଙ୍କାନାଳ ଓ ନୟାଗଡ଼ରୁ ୯ ଲେଖାଏଁ, ଭଦ୍ରକରୁ ୮, ମୟୁରଭଞ୍ଜରୁ ୬, ଗଞ୍ଜାମ ଓ କନ୍ଧମାଳରୁ ୪ ଲେଖାଏଁ, କୋରାପୁଟ ଓ ନୂଆପଡ଼ାରୁ ୩ ଲେଖାଏଁ, ବଲାଙ୍ଗିର ଓ ସୋନପୁରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୮ହଜାର ୪୬୯ ହୋଇଥିବାବେଳେ ୯ଲକ୍ଷ ୯୩ହଜାର ୯୦୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮ହଜାର ୨୨ଜଣଙ୍କର ମୃତ୍ୟୁ ଘଟିଛି ଓ ୬ହଜାର ୪୯୩ଜଣ ଚିକିତ୍ସିତ ହେଉଛନ୍ତି।