ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପାର୍ଟିର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କଂଗ୍ରେସ ଅଧ୍ୟକ୍ଷ ରୂପେ ମିଳିଥିବା ନୂଆ ଦାୟିତ୍ୱ ପାଇଁ ଶୁଭକାମନା । ତାଙ୍କ ଆଗାମୀ କାର୍ଯ୍ୟକାଳ ଫଳପ୍ରଦ ହେଉ । ଖଡ଼ଗେଙ୍କ ରୂପେ କଂଗ୍ରେସକୁ ୨୪ ବର୍ଷ ପରେ ଅଣଗାନ୍ଧୀ ଅଧ୍ୟକ୍ଷ ମିଳିଛି । ଆଗାମୀ ନିର୍ବାଚନରେ ପାର୍ଟିକୁ ଜିତାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।