ପୁଣି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ ବନ୍ଦ କରି ଦୀପ ଓ ଟର୍ଚ୍ଚ ଲାଇଟ ଜଳାନ୍ତୁ

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ବ୍ୟାପିଥିବା କରୋନା ଭୂତାଣୁର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। ଏ ନେଇ ସେ ଆଜି ସକାଳେ ଏକ ପ୍ରେସମିଟରେ ୧୩୦ କୋଟି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ଏପ୍ରିଲ ୫ ତାରିଖ ରାତି ୯ଟା ବେଳେ ଘରର ସମସ୍ତ ଲାଇଟ ବନ୍ଦ ରଖି ଦୀପ ଓ ଟର୍ଚ୍ଚ ଲାଇଟ ଜଳାଇବାକୁ ଆହ୍ୱାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ମହାମାରୀ କରୋନାରୁ ମୁକୁଳିବାକୁ ପାଇଁ ଲୋକଙ୍କୁ ସଚେତନ କରିଛନ୍ତି। ମାର୍ଚ୍ଚ ୨୨ରେ ସ୍ୱ ଇଚ୍ଛାରେ ଦେଶବାସୀ ଜନତା କର୍ଫ୍ୟୁରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ। ଏହା ସହ ଦେଶବ୍ୟାପୀ ୨୧ଦିନିଆ ଲକ୍ ଡାଉନକୁ ଲୋକଙ୍କ ସମର୍ଥନ ଓ ଜରୁରୀକାଳୀନ ସେବାରେ ଯେଉଁମାନେ ନିୟୋଜତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି।

ସାମାଜିକ ଦୂରତା ବଜାୟ ରଖିବାକୁ ମୋଦୀ ଦେଶବାସୀଙ୍କୁ ଅପିଲ କରଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏହି ଭିଡ଼ିଓ ବାର୍ତ୍ତା ଜରିଆରେ କହିଛନ୍ତି ଯେ, ସମସ୍ତେ ସଂକଳ୍ପ କରନ୍ତୁ ଆମେ ଏକା ନୁହେଁ ୧୩୦ କୋଟି ଦେଶବାସୀ ରହିଛୁ। ରାସ୍ତାଘାଟ, ବାଲକୋନି କିମ୍ବା ସାମାଜିକ ଆୟୋଜନରେ ଅଧିକ ଲୋକ ଏକତ୍ର ହୁଅନ୍ତୁ ନାହିଁ।