ଦେଶରେ ଖୋଲିବ ୧୦୦ ସୈନିକ ବିଦ୍ୟାଳୟ, ବାଜିଲା କ୍ୟାବିନେଟ ମୋହର

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେଶରେ ୧୦୦ଟି ବେସରକାରୀ ଓ ସରକାରୀ ସୈନିକ ସ୍କୁଲକୁ ମାନ୍ୟତା ଦେବା ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ମୋଦୀ କ୍ୟାବିନେଟ। ବେସରକାରୀ ବିଦ୍ୟାଳୟ ଏବଂ ରାଜ୍ୟ ସହଭାଗିତାରେ ୧୦୦ଟି ନୂତନ ସୈନିକ ବିଦ୍ୟାଳୟ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଘୋଷଣା କରାଯାଇଥିଲା। ବାର୍ଷିକ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ସୈନିକ ବିଦ୍ୟାଳୟଗୁଡ଼ିକ ପାଇଁ ଛାତ୍ର ଚୟନ କରାଯାଇଥାଏ।

ସେପଟେ ସବୁ ସୈନିକ ସ୍କୁଲରେ ଝିଅମାନେ ପାଠ ପଢିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ। ଦେଶର ସମସ୍ତ ସୈନିକ ସ୍କୁଲ କବାଟ ଝିଅମାନଙ୍କ ପାଇଁ ଖୋଲା। ୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଏହି ବଡ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବରୁ କେବଳ ପୁଅମାନଙ୍କୁ ସୈନିକ ସ୍କୁଲରେ ପଢିବାକୁ ଅନୁମତି ଥିଲା।

ଯେତେବେଳେ ଗରିବ ପରିବାରର ଝିଅ ଓ ପୁଅମାନେ ପାଠପଢି ନିଜ ସ୍ବପ୍ନ ପୂରଣ କରନ୍ତି ସେତେବେଳେ ସେମାନଙ୍କର ସାମର୍ଥ୍ୟକୁ ନ୍ୟାୟ ମିଳିଥାଏ । ସୈନିକ ବିଦ୍ୟାଳୟଗୁଡିକ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସୈନିକ ସ୍କୁଲ ସୋସାଇଟି ଦ୍ୱାରା ପରିଚାଳିତ। ସୈନିକ ବିଦ୍ୟାଳୟ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଲା ଛାତ୍ରମାନଙ୍କୁ ଅଳ୍ପ ବୟସରୁ ଭାରତୀୟ ସଶସ୍ତ୍ର ବାହିନୀରେ ପ୍ରବେଶ ପାଇଁ ପ୍ରସ୍ତୁତି।