ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେସନ ଆରମ୍ଭ ହୋଇଯାଇଛି । ସଂସଦରୁ ଏକ ଖୁବ୍ ସୁନ୍ଦର ଫଟୋ ସାମ୍ନାକୁ ଆସିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ବେଞ୍ଚ ପାଖକୁ ଯାଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ବନ୍ଧରେ ମୋଦୀ ପଚାରି ବୁଝିବା ସହ ସୁସ୍ଥ ରହିବାକୁ କାମନା କରିଥିଲେ । ମୋଦୀ ଅନ୍ୟ ବିରୋଧୀ ନେତାଙ୍କୁ ମଧ୍ୟ ଅଭିବାଦନ ଜଣାଇଥିଲେ ।
ଏହି କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସୋନିଆ ଗାନ୍ଧୀ ମରିପୁର ହିଂସାକୁ ନେଇ କଥା ହୋଇଥିବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦାବୀ କରିଛନ୍ତି ।