ବ୍ରିଜଭୂଷଣଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଆଶ୍ୱସ୍ତି ମିଳିଛି । ବ୍ରିଜଭୂଷଣଙ୍କୁ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚ୍ଚାଳିକାରେ ଜାମିନ ମିଳିଛି । ଦେଶ ଛାଡ଼ି ନଯିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାଇଁ କୋର୍ଟ ବ୍ରିଜଭୂଷଣଙ୍କୁ ଆଦେଶ ଦେଇଛନ୍ତି ।

ଶୁଣାଣୀ ସମୟରେ ଦିଲ୍ଲୀ ପୁଲିସ ତରଫରୁ ସରକାରୀ ଓକିଲ ଅଦାଲତକୁ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହାସହ କିଛି ସର୍ତ୍ତ ସହ ଆଶ୍ୱସ୍ତି ପ୍ରଦାନ କରାଯାଉ ।