ନୂଆଦିଲ୍ଲୀ: କରୋନା ମୁକାବିଲାରେ ଦେଶର ପ୍ରତ୍ୟେକ ଗ୍ୟାସ ଡେଲଭରି କର୍ମୀ ଜଣେ ଜଣେ ଯୋଦ୍ଧା ଭୂମିକା ନିର୍ବାହ କରୁଛନ୍ତି। ଏହା ଏକ ସଂକ୍ରମଣ ରୋଗ ଜାଣି ମଧ୍ୟ ଏହି କାର୍ଯ୍ୟ କରିବାକୁ ଆଗେଇ ଆସିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ସାବାସୀ ଦେବାସହ ଦୁଃସାହସିକ ମନୋବୃତ୍ତିକୁ ଉତ୍ସାହିତ କରିଛନ୍ତିି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ କାର୍ଯ୍ୟରତ ପ୍ରତ୍ୟେକ ଗ୍ୟାସ ଡେଲିଭରି କର୍ମୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିବା କଥା ଟ୍ୱିଟକୁ କରିଥିଲେ। ଏହି ଟ୍ୱିଟକୁ ରିଟ୍ୱିଟ୍ କରି ମୋଦୀ ଏପରି ମତାମତ ଦେଇଛନ୍ତି।