Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାନୀଙ୍କ ପାଇଁ ନିଶା ପାଲଟିଛି ମଡେଲିଂ, ବଲାଙ୍ଗିର ଇଥିନିକ ଫେସନ ଆଇକନ ସୋ’ରେ ପ୍ରଥମ ସ୍ଥାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାନୀଙ୍କ ପାଇଁ ନିଶା ପାଲଟିଛି ମଡେଲିଂ, ବଲାଙ୍ଗିର ଇଥିନିକ ଫେସନ ଆଇକନ ସୋ’ରେ ପ୍ରଥମ ସ୍ଥାନ

ସଇଁନ୍ତଳା,ଏନ୍ଏନ୍ଏସ୍: ମଣିଷ ଜୀବନ ଅନେକ ଦୁଃଖ କଷ୍ଟ ଆସି ଥାଏ କିଏ ଗୋଟିଏ ଦିନର ଷ୍ଟାର ପାଲଟି ଯାଏତ ଆଉ କିଏ ଅଧା ବାଟରେ ତାର ଜୀବନ ଯାତ୍ରା ବନ୍ଦ ହୋଇଯାଇ ଥାଏ। ଯେ କୌଣସି ବ୍ୟକ୍ତି ହେଉ ନା କାହିଁକି ବାପା ମା’ଙ୍କର ଭଲ ପାଇବା ଓ ଆଶ୍ରିବାଦ ନମିଳେ ସେ କେବେ ମଧ୍ୟ ଆଗକୁ ବଢ଼ିବାରେ ସଫଳତା ହାସଲ କରି ପାରେନାହିଁ। ତେବେ ଆମେ ଜଣେ ଏଭଳି ଏକ ମଡେଲିଂ କରୁଥିବା ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିବା କଳାକାର କଥା କହୁଛୁ ଯିଏ କି ଅନେକ ଦର୍ଶକଙ୍କ ହୃଦୟକୁ ଛୁଇଁ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ସେ ପିଲା ଦିନେ ଟେଲିଭିଜନରେ ଅଭିନେତା, ଅଭିନେତ୍ରୀ ଓ ବିଭିନ୍ନ ଝିଅଙ୍କର ମଡେଲିଂ ସହ ନୃତ୍ୟ ପରିବେଷଣକୁ ଦେଖିବା ପରେ ମନରେ ଅନେକ ଇଚ୍ଛା ସହ ସ୍ଵପ୍ନ ଦେଖିଥିଲେ। ସେ ବଡ଼ ହେଲେ ଦିନେ ଭଲ ଅଭିନେତ୍ରୀ କିମ୍ବା ମଡେଲର ହେଇ ମା’-ବାପାଙ୍କ ନାଁ ରଖିବି। ବର୍ତ୍ତମାନ ଧୀରେ ଧୀରେ ତାଙ୍କ ସ୍ଵପ୍ନ ଏବେ ସାକାର ହେବାରେ ଲାଗିଛି। ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲାର ରାନୀ ବଗର୍ତ୍ତି(୨୦)।

ନିଜର ପ୍ରତିଭା ଦେଖାଇ ବଲାଙ୍ଗିର ମାଟି ପାଇଁ ଷ୍ଟାର ପାଲଟି ଯାଇଛନ୍ତି। ରାନୀ ପିଲା ବେଳୁ ସ୍କୁଲରେ ପ୍ରତିଭା ଓ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଥିଲେ। ସ୍ୱର୍ଗତ ଦୀପ ବଗର୍ତ୍ତି ଓ ମାଆ ଆରତୀ ବଗର୍ତ୍ତିଙ୍କ ଏକ ମାତ୍ର ଝିଅ ହେଉଛନ୍ତି ରାନୀ। ବିଏସସି ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ୨୦୧୯ ମସିହାରେ ଝାରସୁଗୁଡା ଠାରେ ମିଶ ୱେଷ୍ଟର୍ଣ୍ଣ ଓଡ଼ିଶା ବେଷ୍ଟ ୱାର୍କ ଭାବେ ପ୍ରଥମ ସ୍ଥାନ ହାସଲ କରିଥିଲେ।

ଚଳିତବର୍ଷ ବଲାଙ୍ଗିର ଠାରେ ଆୟୋଜନ ହୋଇଥିବା ଇଥିନିକ ଫେସସନ ଆଇକନ ସୋ’ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ବଲାଙ୍ଗିର ମାଟି ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏନେଇ ତାଙ୍କୁ ବିଭିନ୍ସ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟୁଛି। ପିଲା ଦିନରେ ଓଡିଶୀ ନୃତ୍ୟରେ ରାନୀଙ୍କୁ ବେଣୁଧର ସେଠ ଶିକ୍ଷାଦାନ ଦେଇଥିଲେ। ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ବିଜୟ ହାସଲ କରିଥିବା ବେଳେ ବଲାଙ୍ଗିର ଷ୍ଟାର ପାର୍ଲର ଇତି ଘିଭେଳା, ପ୍ରିତି ଘିଭେଳା ଓ ତାଙ୍କର ମା’ଙ୍କର ସହଯୋଗରେ ମଡେଲିଂ କରିବା ପାଇଁ ଏତେ ସଫଳତା ବାଟକୁ ଆସିଥିବା ରାନୀ କହିଛନ୍ତି। ତାଙ୍କ ମା’ଙ୍କର ସହଯୋଗରେ ସବୁବେଳେ ହସି ଖୁସିରେ ଦିନ କାଟୁଛନ୍ତି ରାନୀ। ପାଠପଢା ସାଙ୍ଗକୁ ମଡେଲିଂ କରିବା ସହ ଅନେକ ପ୍ରତିଭା ମଧ୍ୟ ତାଙ୍କର ଭିତରେ ରହିଛି। ରାନୀ ଯେଉଁ ସ୍ଥାନରେ ପାଦ ପକାନ୍ତି ସେହି ସ୍ଥାନରେ ସଫଳତା ନିଶ୍ଚିତ ଭାବରେ ହାସଲ କରନ୍ତି ବୋଲି ତାଙ୍କ ମାଆ ଆରତୀ କହନ୍ତି।

ଅନେକ ଥର ବଲାଙ୍ଗିର ଜିଲ୍ଲାର ବିଭିନ୍ନ ମହୋତ୍ସବରେ ତାଙ୍କର ପ୍ରତିଭା ଦେଖାଇ ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି। ତାଙ୍କର ଅନେକ ଇଚ୍ଛା ମଧ୍ୟ ରହିଛି ଯେ, ଯଦି କୌଣସି ଚଳଚ୍ଚିତ୍ର କିମ୍ବା କାହାଣୀରେ ଅଭିନେତ୍ରୀ ଭାବେ ସୁଯୋଗ ମିଳିଲେ ନିଶ୍ଚିତ ଭାବରେ ଅଭିନୟ କରିବେ ବୋଲି ପ୍ରକାଶ କରିଛନ୍ତି। ତେବେ ଏଭଳି ଜଣେ ମଡେଲିଂ କରୁଥିବା ଝିଅ ରାନୀ ବଲାଙ୍ଗିର ମାଟିରେ ଜନ୍ମ ଗ୍ରହଣ କରିଥିବା ବେଳେ କଳାର ମାଟି ପାଇଁ ଏବେ ଗର୍ବ ଓ ଗୌରବମୟ।