ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସରକାରଙ୍କ ସଫଳତାରେ ଆଉ ଏକ ନାମ ଯୋଡି ହୋଇଛି। ଓଡ଼ିଶା ସରକାରଙ୍କ ତରଫରୁ କ୍ୟାପିଟାଲ ରିଜିଅନ୍ ଅରବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପରିଚାଳନାରେ ଚାଲୁଥିବା ମୋ ବସ୍ ସେବାକୁ ନଗର ନିଗମ ଶ୍ରେଣୀରେ ଷଷ୍ଠ ତମ ସ୍ମାର୍ଟ ଇଣ୍ଡିଆ ୨୦୨୧ ପୁରସ୍କାର ପ୍ରଦାନ କରାଯାଇଛି। କ୍ରୁଟର ପରିଚାଳକ ଦୀପ୍ତି ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ବ୍ୟାପାର ସଂଗଠନ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।