ଲକଡାଉନ ନିୟମ ଉଲ୍ଲଂଘନ, ମୋବାଇଲ ଦୋକାନ ସିଲ୍

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଏସକେ ମୋବାଇଲ ଦୋକାନକୁ ସିଲ୍ କଲା ପ୍ରାଶାସନ। ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଚନ୍ଦାହାଣ୍ଡି ତହସିଲଦାର ହୃଦା ସିଂ ମାଝୀ ଓ ଥାନା ଅଧିକାରୀ ଅଭୟ କୁମାର ବେହେରାଙ୍କ ସମେତ ପୁଲିସ ଫୋର୍ସ ପହଞ୍ଚି ଉକ୍ତ ଦୋକାନକୁ ସିଲ କରିଛନ୍ତି। ଉକ୍ତ ଦେକାନରେ ସାମାଜିକ ଦୂରତ୍ୱ ନଥିବା ସହ ୨୪ ଘଣ୍ଟା ଖୋଲା ରହୁଥିବା ଅଭିଯୋଗରେ ମୋବାଇଲ ଦୋକନା ସିଲ କରାଗଲା ବୋଲି ଚନ୍ଦାହାଣ୍ଡି ଥାନା ଅଧିକାରୀ ଅଭୟ କୁମାର ବେହେରା ସୂଚନା ଦେଇଛନ୍ତି।