ପୁରୀ,ଏନ୍ଏନ୍ଏସ୍: ମହଙ୍ଗା ପଡ଼ିଲା ଅନଲାଇନ୍ କ୍ଲାସ୍। କରୋନା କଟକଣା ଲାଗି ସମସ୍ତ ସ୍କୁଲ ଓ କଲେଜ ମାନଙ୍କରେ ଅନଲାଇନ ପାଠ୍ୟକ୍ରମର ଆରମ୍ଭ କରାଯାଇଛି। ଏହି ସମୟରେ ଏକ ଛାତ୍ରୀ ଅନଲାଇନରେ ପାଠ ପଢୁଥିବା ବେଳେ ହାତରେ ମୋବାଇଲ ଫାଟିଥିବା ଜଣାପଡ଼ିଛି। ଏମିତି ଏକ ଦୁର୍ଘଟଣା ଘଟିଛି ପୁରୀ ଜିଲ୍ଲା ବାଲିଘାଇର ଆଦର୍ଶନଗର ଅଞ୍ଚଳରେ।
ଆଦର୍ଶନଗରର ବିଦ୍ୟାଧର ପଲାଇଙ୍କ ଝିଅ ରୁପସା ପଲାଇ ସପ୍ତମ ଶ୍ରେଣୀର ଛାତ୍ରୀ। ତେବେ ସେ ଲକଡାଉନ ଯୋଗୁଁ ଘରେ ରହି ଅନଲାଇନ୍ରେ ପଢୁଥିଲେ। ଏହି ପରିପ୍ରେକ୍ଷୀରେ ଗତକାଲି ସେ ଅନଲାଇନରେ କ୍ଲାସ କରୁଥିବା ବେଳେ ହଠାତ ତାଙ୍କ ହାତରେ ହିଁ ମୋବାଇଲଟି ଫାଟିଥିଲା। ଏଥିରେ ରୁପସାଙ୍କ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ମେଡ଼ିକାଲ ନେଇଥିବା ବେଳେ ବର୍ତ୍ତମାନ ସେ ଠିକ୍ ଥିବା ଜଣାପଡ଼ିଛି।