କେବେ କାହାକୁ କରୋନା ଭ୍ୟାକ୍ସିନ ମିଳିବ ସୂଚନା ଦେବ ଆପ୍

ନୂଆଦିଲ୍ଲୀ: ଦେଶରେ କରୋନା ଭ୍ୟାକ୍ସିନର ଅପେକ୍ଷା ଯଥାଶୀଘ୍ର ଶେଷ ହେବାକୁ ଯାଉଥିବା ଆଶା କରାଯାଉଛି। ବିଶେଷ ସୁତ୍ରରୁ ଜଣାପଡ଼ିଛି କି, କେନ୍ଦ୍ର ସରକାର କରୋନା ଭ୍ୟାକ୍ସିନ ଲାଗି ଏକ ଆପ୍ ଲଞ୍ଚ କରିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି। ଭ୍ୟାକ୍ସିନର ମୂଲ୍ୟ ସହ କେଉଁ ତାରିଖରେ କାହାକୁ ମିଳିବ ସେସବୁର ସୂଚନା ଆପ୍ ଜରିଆରେ ମିଳିପାରିବ। ଭ୍ୟାକ୍ସିନ କେବେ ଆପଣଙ୍କଠାରେ ପହଞ୍ଚିବ ଏବଂ କେଉଁଠାରେ, କେତେବେଳ ମିଳିବ ତାହା ମଧ୍ୟ ଆପ୍ ଦ୍ୱାରା ଜାଣିହେବ। ପୋଲିଓ ଭଳି କରୋନା ଭ୍ୟାକ୍ସିନ କେନ୍ଦ୍ର ପ୍ରସ୍ତୁତ ହେବ ବୋଲି ମଧ୍ୟ ପୂର୍ବରୁ ସୂଚନା ମିଳିଥିଲା।

ସୂଚନାଯୋଗ୍ୟ, ଭ୍ୟାକ୍ସିନ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇବା ପାଇଁ ନିଜର ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡ଼ିବ। ଏଥିସହିତ ଯଦି କାହା ଶରୀରରେ ଭ୍ୟାକ୍ସିନର ନକରାତ୍ମକ ପ୍ରଭାବ ପଡ଼େ ତା’ର ସମାଧାନ କରିବା ପାଇଁ ମଧ୍ୟ ଖାସ୍ ବ୍ୟବସ୍ଥା କରାଯାଇଛି।