ଖରଗୋନ ହିଂସା: ପଥର ସହିତ ପେଟ୍ରୋଲ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, କବାଟ କିଳି ଘର ଭିତରେ ଲୋକେ

ଭୋପାଳ,ଏଜେନ୍ସି: ମଧ୍ୟ ପ୍ରଦେଶର ଖରଗୋନରେ ରାମନବମୀ ଶୋଭାଯାତ୍ରା ସମୟରେ ତୱଡି ଅଞ୍ଚଳରେ ଏବଂ ଗୋଶାଳା ରାଜରାସ୍ତାରେ ପଥରମାଡ଼ ଓ ଅଗ୍ନିକାଣ୍ଡ ଦୃଶ୍ୟ ସାମ୍ନାକୁ ଆସିଛି । ଅସାମାଜିକ ତତ୍ତ୍ୱ କିଭଳି ହୋଇଛି, ତାହା ଲୋକଙ୍କର ଦ୍ୱାରା ପ୍ରସ୍ତୁତ ଭିଡିଓ ଓ ସିସିଠିଭି ଫୁଟେଜରୁ ଜଣାପଡୁଛି । ୬୫ ବର୍ଷୀୟ ବରିଷ୍ଠ ମହିଳାଙ୍କ ଠାରୁ ଆରମ୍ଭ କରି ୬ ବର୍ଷର ଶିଶୁ ମଧ୍ୟ ଥରୁଛନ୍ତି ।

ସହରରେ ଗତ ୧୦ ତାରିଖ ଦିନ ରାମନବମୀ ଅବସରରେ ଶୋଭାଯାତ୍ରା ବାହାରିଥିଲା । ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଅନେକ ସ୍ଥାନରେ ହିଂସା ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ପରିସ୍ଥିତି ବିଗିଡ଼ିଯାଇଥିଲା । କିଛି ସ୍ଥାନରେ ଅବସ୍ଥା ଶୋଚନୀୟ ହୋଇଥିଲା । ତୱଡି ଅଞ୍ଚଳରେ ହିଂସାକାରୀମାନେ ପଥରମାଡ଼ ଓ ପେଟ୍ରୋଲ ବୋମା ଫିଙ୍ଗିଥିଲେ ।

୬୫ ବର୍ଷୀୟ ଚନ୍ଦୁ ଭାଇ କହିଛନ୍ତି ଯେ, ଘଟଣା ଦିନ ଦୁର୍ବୃତ୍ତମାନେ ପଥର ମାଡ଼ ଓ ପେଟ୍ରୋଲ ବୋମା ଫିଙ୍ଗିଥିଲେ । ପରିସ୍ଥିତି ଭୟଙ୍କର ଥିଲା । ସେ କହିଛନ୍ତି, ତାଙ୍କ ଜୀବନରେ କେବେ ବି ଏଭଳି ପରିସ୍ଥିତି ପୂର୍ବରୁ ଦେଖିବାକୁ ମିଳିଥିଲା । ମୁଁ ଓ ମୋର ବୋହୂ ଏଠାରେ ରହୁଛୁ । ଭୟରେ ରାତିରେ ଆମେ କିଛି ଖାଇ ନଥିଲୁ । ଅନ୍ୟମାନେ ମଧ୍ୟ ଘରର କବାଟ ବନ୍ଦ କରି ରହିଥିଲେ ।