ରିଆମାଳରେ ‘ମୋ ପିଲା ସ୍କୁଲ ଯିବେ’ ଅଭିଯାନର ଶୁଭାରମ୍ଭ

ରିଆମାଳ/ଦେବଗଡ଼,ଏନ୍‌ଏନ୍‌ଏସ୍‌: ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ‘ମୋ ପିଲା ସ୍କୁଲ ଯିବେ’ ଓ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ପ୍ରୟାସ କରାଯାଉଥିବା କାର୍ଯ୍ୟକ୍ରମ “ସୁରକ୍ଷା କବଚ’ ରିଆମାଳ ବ୍ଲକରେ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ଆଜି ରିଆମାଳ ବିଡିଓ ଦିବ୍ୟଶଙ୍କର ଜୟପୂରିଆ ଓ ବ୍ଲକ ଶିକ୍ଷାଧିକାରୀ ବିନୋଦ ସିଂ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ଜନ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ବ୍ଲକର ବିଭିନ୍ନ ଗ୍ରାମକୁ ଶିକ୍ଷା ରଥ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ରିଆମାଳ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହ ସଚେତନତା ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ । ସେହିପରି ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା ।