ଟି-ସାର୍ଟ ପିନ୍ଧିଥିବାରୁ ଗୃହରୁ ବିଦାହେଲେ ବିଧାୟକ

ଗାନ୍ଧୀନଗର, ଏଜେନ୍ସି: ଟି-ସାର୍ଟ ପରିଧାନ କରିଥିବାରୁ ଗୁଜରାଟ ବିଧାନସଭାର ବାଚସ୍ପତି ସୋମବାର ଜଣେ କଂଗ୍ରେସ ବିଧାୟକଙ୍କୁ ଗୃହରୁ ବିତାଡିତ କରିଥିବା ଜଣାପଡିଛି। ଗୃହର ମର୍ଯ୍ୟାଦା ରକ୍ଷା କରି ଭବିଷ୍ୟତରେ ଏଭଳି ପୋଷାକ ପରିଧାନ ନ କରିବାକୁ ବାଚସ୍ପତି ଏହି କଂଗ୍ରେସ ବିଧାୟକ ବିମଳ ଚୁଡାସମାଙ୍କୁ ଚେତାବନୀ ଦେଇଛନ୍ତି। ବାଚସ୍ପତିଙ୍କ ଏତାଦୃଶ ନିର୍ଦ୍ଦେଶକୁ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଚୁଡାସମାଙ୍କୁ ଏ ପ୍ରସଙ୍ଗରେ ପୂର୍ବରୁ ତାଗିଦ କରାଯାଇଥିବା ସତ୍ତେ୍ୱ ସୋମବାର ସେ ପୁଣି ଟି-ସାର୍ଟ ପିନ୍ଧି ଗୃହକୁ ଆସିବାପରେ ବାଚସ୍ପତି ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି।