କୋରାପୁଟ,ଏନ୍ଏନ୍ଏସ୍: ଲକ୍ଷ୍ମୀପୁର ବିଧାୟକ ପ୍ରଭୂଯାନୀ ଦଶମନ୍ତପୁର ବ୍ଲକ୍ ଫୁଲବେଡା ପଞ୍ଚାୟତର ମୈନାମାଳ ଗ୍ରାମରେ କରୋନା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଦେବାସହ ଲୋକଙ୍କୁ ମାସ୍କ, ସାନିଟାଇଜର୍ ଓ ସାବୁନ ବାଣ୍ଟିଥିଲେ। ମହାମାରୀ କରୋନା ସମଗ୍ର ବିଶ୍ୱକୁ ଭୟଭୀତ କରାଇଥିବାବେଳେ କୋରାପୁଟ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୭୦୦୦ ଟପିଛି। ତେଣୁ ଆମେ ସଚେତନତା ହେବାସହ ବିଭିନ୍ନ ନିୟମ ମାନି ରହିବା ଦ୍ୱାରା କରୋନାରୁ ରକ୍ଷା ପାଇବା ବୋଲି ଲୋକଙ୍କୁ ବୁଝାଇଥିଲେ। ବିଧାୟକଙ୍କ ଗସ୍ତ ସମୟରେ ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ବିଦ୍ୟାଧର ସାହୁ, ଦଶମନ୍ତପୁର ବ୍ଲକ୍ ସଭାପତି ମହେନ୍ଦ୍ର କୁଳଦୀପ, ସମିତି ସଭ୍ୟ ମହେଶ୍ୱର ଗାଦବା ଓ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ।