ମାସ୍କ ଏବଂ ସାନିଟାଇଜର ବାଣ୍ଟିଲେ ବିଧାୟିକା

ବରପାଲି,ଏନ୍ଏନ୍ଏସ୍: ବିଜେପୁର ବିଧାୟିକା ରୀତା ସାହୁ ବରପାଲି ବ୍ଲକ ବନ୍ଧପାଲି ଗ୍ରାମରେ କରୋନା ସଚେତନତା ବାର୍ତ୍ତା ଦେବାସହ ଲୋକଙ୍କୁ ମାସ୍କ ଏବଂ ସାନିଟାଇଜର ବାଣ୍ଟିଥିଲେ। ବରଗଡ଼ ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫୩୪କୁ ଛୁଇଁଛି । ଯାହାକୁ ନେଇ ସଚେତନତା ହେବା ସହ ବିଭିନ୍ନ ନିୟମ ମାନି ରହିବା ଦ୍ୱାରା କରୋନାରୁ ରକ୍ଷା ପାଇପାରିବା ବୋଲି ବୋଲି ବିଧାୟିକା ରୀତା ସାହୁ ଜନସାଧାରଣଙ୍କୁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଟୀକାୟତ ମହତମଙ୍କ ସମେତ ବହୁ ଯୁବକ ସାମିଲ ହୋଇଥିଲେ ।