ସାଂସଦ ଏବଂ ବିଧାୟକଙ୍କ ଦ୍ୱାରା କାର୍ଯ୍ୟାଦେଶ ବଣ୍ଟନ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ସ୍ଥିତ ଟାଉନ ହଲ ନିକଟରେ ଆଜି ବସ୍ତି ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବସ୍ତି ବାସିନ୍ଦାଙ୍କ ନିଜସ୍ୱ ଗୃହ ନିମନ୍ତେ ଆଜି କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ଏସଡିସି ଚେୟାରମ୍ୟାନ ମାନସ ମାଡକାମୀ ପ୍ରମୁଖ ଯୋଗଦେଇଥିଲେ।

ପ୍ରଥମ ପର୍ଯ୍ୟାୟରେ ୧୦୪ ହିତାଧିକାରୀଙ୍କୁ ଆଜି କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ନିଜେ ମାନ୍ୟବର ବିଧାୟକ ଏବଂ ସାଂସଦ ଉପସ୍ଥିତ ରହି ସମସ୍ତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଯେଉଁ ପ୍ରକୃତ ହିତାଧିକାରୀ ପଟ୍ଟାରୁ ବାଦ ପଡିଛନ୍ତି ସେମାନଙ୍କୁ ଆଗାମୀ ଦିନରେ ନିଶ୍ଚୟ ପଟ୍ଟା ଦିଆଯିବ ବୋଲି ସାଂସଦ ରମେଶ ମାଝୀ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଏବଂ ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ପଣ୍ଡା ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ।