ମାର୍ଚ୍ଚ ୭ରେ ବିଜେପିରେ ମିଶିବେ ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମାର୍ଚ୍ଚ ୭ ତାରିଖରେ ବିଜେପିରେ ଯୋଗ ଦେବେ। ବ୍ରିଗେଡ ପଡ଼ିଆରେ ପିଏମ ମୋଦୀଙ୍କ ରାଲିରେ ମିଥୁନ ଉପସ୍ଥିତ ରହିବେ। ଫେବୃଆରୀ ୧୬ ତାରିଖରେ ମିଥୁନ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଥିଲେ। ଏହା ପରଠୁ ମିଥୁନ ବିଜେପିରେ ସାମିଲ ହେବେ ବୋଲି ଆଲୋଚନା ହେଉଥିଲା।

ସୂଚନାଯୋଗ୍ୟ, ମିଥୁନ ପୂର୍ବରୁ ରାଜ୍ୟସଭା ସଦସ୍ୟ ରହି ସାରିଛନ୍ତି। ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ସେ ଏପ୍ରିଲ ୨୦୧୪ରୁ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ ସଦନରେ ଥିଲେ।