‘ପିନାକ’ର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର, ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆର ପରିସରରୁ ରକେଟ ଲଞ୍ଚର ‘ପିନାକ’ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ବିଶେଷ କରି ୬ରାଉଣ୍ଡରେ ୪୫କିଲୋମିଟର ଦୂରତାକୁ ଏହାର ପରୀକ୍ଷଣ କରାଯାଇଛି। ୪୪ସେକେଣ୍ଡ ମଧ୍ୟରେ ଏହାର ୬ରାଉଣ୍ଡ ପରୀକ୍ଷଣ କରାଯାଇଛି। ଗୋଟିଏ ଲଞ୍ଚରରେ ଖଞ୍ଜା ଯାଇଥିବା ୧୨ଟି ରକେଟରୁ ୬ଟି ରକେଟ୍ ପରୀକ୍ଷଣ କରାଯାଇଥିଲା। ବିଶେଷ କରି ସ୍ଥଳସେନାପକ୍ଷରୁ କାର୍ଗିଲ ଯୁଦ୍ଧରେ ଏହାକୁ ବ୍ୟବହାର କରାଯାଇଥିଲା। ବୁଧବାର ତାହାର ଅପଗ୍ରେଡେଡ ଭର୍ସନର ପରୀକ୍ଷଣ କରାଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏହାର ଲକ୍ଷ୍ୟଭେଦୀ କ୍ଷମତା ୨୦ରୁ ୪୦କିଲୋମିଟର ରହିଥିଲା। ଏହାର ବ୍ୟାରେଲ ଲମ୍ବ ୭.୨ଥିବା ବେଳେ ମୋଟେଇ ୮.୪ ଇଞ୍ଚ।