ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ଟୁହିଲାମାଳ ପଞ୍ଚାୟତ ଝିମ୍ପାବିରା ଗ୍ରାମର ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଗ୍ରାମର ମହେଶ୍ୱର ପ୍ରଧାନଙ୍କ ପୁଅ ଛତ୍ରପତି ପ୍ରଧାନ(୧୪) । ମିଳିଥିବା ରିପୋର୍ଟ ମୁତାବକ, ମହେଶ୍ୱର ସକାଳେ ନିକଟସ୍ଥ ନଳାକୁ ଶୌଚ ହେବାକୁ ଯାଇ ଫେରି ନଥିଲେ । ପରିବାର ଲୋକ ଖୋଜାଖୋଜି କରିବାରୁ ନାଳରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପାଣିରେ ବୁଡ଼ି ହୋଇ ଗୁରୁତର ଥିବା ଭାବି ପରିବାର ଲୋକ ସଙ୍ଗେ ସଙ୍ଗେ ଛତାବାର ଆଣିଥିଲେ । ଏ ବାବଦରେ ଡାକ୍ତରଙ୍କୁ ପଚାରିବାରୁ ଉକ୍ତ ଯୁବକର ସନ୍ଦେହଜନକ ମୃତ୍ୟୁ ଘଟିଛି । କୌଣସି କାରଣବଶତଃ ଶରୀସୃପ ଆଘାତରେ ମୃତ୍ୟୁ ହୋଇଥାଇପାରେ ତେଣୁ ସ୍ପଷ୍ଟ ଜାଣିବା ପାଇଁ ଦେବଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା କହିଛନ୍ତି ।