ନାବାଳିକାକୁ ବଳତ୍କାର ଅଭିଯୋଗରେ ଯୁବକ ଗିରଫ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଳା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ୧୭ବର୍ଷୀୟା ନାବାଳିକା ଙ୍କୁ ୨୦୧୯ ମସିହା ଜୁନ ମାସରେ ଜଣେ ୨୨ ବର୍ଷୀୟ ଯୁବକ ପ୍ରେମ ଜାଲରେ ଫସାଇ ବିବାହ କରି ଫେରାର ଥିଲେ ।ଏନେଇ ବଳାତ୍କାର କରିଥିବାର ନାବଳିକା ଜଣକ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ।ସେହି ଦିନ ଠାରୁ ଯୁବକ ଜଣକ ଫେରାର ଥିଲେ।ଗୁରୁବାର ତୁରୁମୁଙ୍ଗା ଥାନା ପୋଲିସ ଅଭିଯୁକ୍ତ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଯୁବକ ଜଣକ ହେଉଛନ୍ତି ବାରିଆ ଥାନା କଙ୍କଡା ନୂଆଗାଁ ଗ୍ରାମର ମହୋନ ନାଏକ ଙ୍କ ପୁଅ ରହିନ ନାଏକ।ଏନେଇ ତୁରୁମୁଙ୍ଗା ଥାନା ରେ ୧୫୦/୧୯ ରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ବାରେନ୍ଦ୍ର ଶିଆଲ ସୂଚନା ଦେଇଛନ୍ତି।