ନାବଳିକା ସହ ପ୍ରେମ ଓ ପ୍ରତାରଣା

ଦେବଗଡ,ଏନଏନଏସ: କୃଷ୍ଣ ଗୁରୁ ଭଜନ ମଣ୍ଡଳୀ କରିବାକୁ ଯାଇ କୃଷ୍ଣ ଗୁରୁ ଙ୍କ ପ୍ରେମ ଓ ପ୍ରତାରଣା ଫଳରେ ଜଣେ ନାବାଳିକା ଆଦିବାସୀ ୫ ମାସର ଗର୍ଭବତୀ ହୋଇ ନ୍ୟାୟ ପାଇଁ ଦେବଗଡ ଥାନା ପୁଲିସ ର ଦ୍ୱାରସ୍ଥ ହୋଇଥିବା ଜଣା ପଡିଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟାଇଁସର ପଂଚାୟତ ଅର୍ନ୍ଗତ ନୂଆଁଭୂଇଁ ଗ୍ରାମର ହିତେଶ ପ୍ରଧାନ ବଡ ବାଲିପୋଶି ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳିକା ସହ ପ୍ରେମ ସମ୍ପର୍କ ସ୍ଥାପନ କରିବା ପରେ ବିଭିନ୍ନ ସମୟରେ କୃଷ୍ଣ ଗୁରୁ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସ୍ଥାନ କୁ ଯିବା ଆସିବା କରିବା ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ଥିଲେ।

ଏପରିକି ଗତ କିଛି ଦିନ ପୂର୍ବେ ହିତେଶ ଉକ୍ତ ନାବାଳିକା କୁ ନେଇ ବାହାର ଜିଲ୍ଲାର କୈାଣସି ସ୍ଥାନରେ କିଛିଦିନ ରହିବା ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜାଣି ହିତେଶ ଉକ୍ତ ନାବାଳିକାକୁ ଏକ ବସ ଯୋଗେ ନେଇ ଆସି ବସଷ୍ଟାଣ୍ଡ ନିକଟରେ ଛାଡି ଫେରାର ହୋଇଯାଇଥିଲା। ନାବଳିକା ଜଣାକ ନିଜ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକ ଙ୍କୁ ଜଣାଇବା ପରେ ନାବାଳିକାର ପରିବାର ଲୋକେ ହିତେଶଙ୍କ ପରିବାର ଲୋକଙ୍କୁ ବିବାହ ରାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଉଭୟ ଭିନ୍ନ ଜାତିର ହୋଇଥିବାରୁ ହିତେଶ ପରିବାର ଲୋକେ ଏହି ବିବାହ ପ୍ରସ୍ତାବ କୁ ପ୍ରତ୍ୟାକ୍ଷାନ କରିଥିଲେ।

ଏ ନେଇ ନାବାଳିକା ପରିବାର ଲୋକେ ଗ୍ରାମରେ ଏକ ସଭା କରି ଘଟଣାର ସମାଧାନ ପାଇଁ ଗ୍ରାମବାସୀ ଙ୍କ ସହାୟତା ନେଇଥିଲେ ମଧ୍ୟ ହିତେଶର ପରିବାର ଲୋକେ ଏହି ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ଗତକାଲି ନାବାଳିକା ଜଣାକ ଦେବଗଡ ଥାନା ପୁଲିସ ନିକଟ କୁ ଆସି ଲିଖିତ ଅଭିଯୋଗ କରିବା ପରେ ଦେବଗଡ ଥାନା ପୁଲିସ ପୋକ୍ସ ସମେତ ବିଭିନ୍ନ ଦଫାରେ ମାମଲା ଋୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ତେବେ ଅଭିଯୁକ୍ତ ହିତେଶ ଫେରାର ଥିବାରୁ ପୁଲିସ ତାକୁ ଗିରଫ କରିପାରିନାହିଁ।