ମିନି କଣ୍ଟେନମେଣ୍ଟ ଯୋନ୍ ହେଲା ନୂଆଁପାଲି ଗାଁ

ଦେଓଗାଁ, ଏନ୍ଏନ୍ଏସ୍: ଦେଓଗାଁ ବ୍ଲକ୍ ଉପରଝର ପଞ୍ଚାୟତରେ କରୋନା କାୟା ବିସ୍ତାର କରିଚାଲିଥିବାରୁ ୭ ଦିନ ପାଇଁ ନୂଆଁପାଲି ଗାଁକୁ ମିନି କଣ୍ଟେନମେଣ୍ଟ ଯୋନ୍ ଭାବରେ ଘୋଷଣା କରାଯାଇଛି। ଏହି ସମୟରେ ଗାଁ କୁ ବାହାର ଗାଁର କୌଣସି ବ୍ୟକ୍ତି ନ ଆସିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବାବେଳେ ଗାଁ ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ବୋଲି ଦେଓଗାଁ ବିଡିଓ ପ୍ରକାଶ କରିଛନ୍ତି। ଗତ ଗୁରୁବାର ଦିନ ଉପରଝର ପଞ୍ଚାୟତ ରେ ସର୍ବାଧିକ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ କେବଳ ନୂଆପାଲି ଗାଁରୁ ୨୦ରୁ ଉର୍ଦ୍ଧ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଦେଓଗାଁ ବିଡିଓ ମୁରଲୀଧର ନାୟକ, ଏବିଡିଓ ରୁଦ୍ର ପ୍ରସାଦ ସୁନା, ଇଓ ହେମନ୍ତ ଗାଁ କୁ ଯାଇ ସଟଡାଉନ ଘୋଷଣା କରିଛନ୍ତି। ଏପରିକି ଗାଁ କୁ ବ୍ୟାରିକେଟ କରି ପୁଲିସ ଜଗି ରହିଛି। ଆସନ୍ତା ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଉପରଝର ପଞ୍ଚାୟତ ର ସମସ୍ତ ଦୋକାନ ବଜାର ବନ୍ଦ ରଖି ସଟଡାଉନ କୁ ସହଯୋଗ କାରିବାକୁ ଉପରଝର ସରପଞ୍ଚ ନିବେଦନ କରିଛନ୍ତି।