ଲଘୁ ଖଣିଜ ଚୋରା ଚାଲାଣ ବେଳେ ଆରଆଇଙ୍କ ଚଢ଼ଉ; ୩୦,୧୨୦ ଟଙ୍କା ଜୋରିମାନା ଆଦାୟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡା ତହସିଲ ଉଦୟପୁର ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ଦ୍ୱିବେଦୀ ସୋମବାର ବାଇକଳା ଓ ଉଦୟପୁର ଗ୍ରାମରୁ ଗୋଟିଏ ବାଲି ଓ ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି। ଏଥିସହିତ ୩୦,୧୨୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଉଦୟପୁର ଭୁମିଜ ସାହିର ଏକ ହୁଡ଼ିରୁ ପଥର ବୋଝେଇ କରି ନେଉଥିବା ଟ୍ରାକ୍ଟର ଓଆର୍-୦୯ଏମ୍-୧୮୫୩ରୁ ୧୫ ହଜାର ଟଙ୍କା ଏବଂ ବାଇକଳା ନିକଟରୁ ଏକ ନମ୍ବର ବିହୀନ ଏକ ବାଲି ବୋଝେଇ ଟ୍ରାକ୍ଟରରୁ ୧୫ ହଜାର ୧୨୦ ଟଙ୍କା ଆଦାୟ କରିଛନ୍ତି।