ମୁମ୍ବାଇ,ଏଜେନ୍ସି: ମୁମ୍ବାଇ କଂଗ୍ରେସର ପୂର୍ବତନ ସଭାପତି ମିଲିନ୍ଦ ଦେଓରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରଶଂସା କରି ଅଡୁଆରେ ପଡ଼ିଛନ୍ତି। ଦେଓରା ଟ୍ୱିଟରରେ ଉଲ୍ଲେଖ କରିଥିଲେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଜାତୀୟ ରାଜଧାନୀକୁ ବଳକା ରାଜ୍ୟରେ ପରିଣତ କରିଛନ୍ତି। ସେ ଦିଲ୍ଲୀ ସରକାରଙ୍କ ରାଜସ୍ୱ ଦ୍ୱିଗୁଣିତ କରି ଏହାକୁ ୬୦ ହଜାର କୋଟି ଟଙ୍କାରେ ପହଞ୍ଚାଇ ପାରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଦିଲ୍ଲୀକୁ ଏକ ବଳକା ରାଜ୍ୟରେ ପରିଣତ କରିବାକୁ କେଜରିୱାଲ ସକ୍ଷମ ହୋଇଛନ୍ତି ବୋଲି ଦେଓରା ଟ୍ୱିଟରରେ ଉଲ୍ଲେଖ କରିବା ପରେ ଏଥିନେଇ କଂଗ୍ରେସ ନେତା ଅଜୟ ମାକେନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଦେଓରାଙ୍କୁ ସମାଲୋଚନା କରି କହିଛନ୍ତି, ଆଗ ଦଳ ଛାଡ଼, ତା’ପରେ ଏହି ଅର୍ଦ୍ଧସତ୍ୟର ପ୍ରଚାର କର।