ଓୟୁଏଟି ପରିଦର୍ଶନ କଲେ ୫ -ଟି ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୫ -ଟି ସଚିବ ଭି.କେ. ପାଣ୍ଡିଆନ ସୋମବାର ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସେଠାରେ ସେ ବିଶ୍ୱବିଦ୍ୟାଳୟର ଭିତିଭୂମି ଯାଞ୍ଚ କରିବା ସହ ଛାତ୍ରାବାସ ବୁଲି ଦେଖିଥିଲେ।

ଏହି ଅବସରରେ ସେ କୃଷି ମହାବିଦ୍ୟାଳୟ ସମେତ ବେସିକ ସାଇନ୍ସ କଲେଜ, ବନ ମହାବିଦ୍ୟାଳୟ ବୁଲି ଦେଖିଥିଲେ। ୫-ଟି ସଚିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ଛାତ୍ରାବାସ ନିର୍ମାଣ ଓ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ବଜାୟ ରଖିବାକୁ ବି ପରାମର୍ଶ ଦେଇଥିଲେ ଫାଇଭ-ଟି ସଚିବ। ଗସ୍ତ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପବନ କୁମାର ଅଗ୍ରୱାଲ ଓ ବେସିକ୍ ସାଇନ୍ସ କଲେଜ ନିର୍ଦେଶକ ବିକାଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।